Download Now Banner

This browser does not support the video element.

ସୋର: ଝିଅ ଜନ୍ମଦିନରେ କେକ ନେବାକୁ ଆସୁଥିବା ବେଳେ ବାଗୁଡ଼ି ବଜାର ନିକଟରେ ପଥର ବୋଝେଇ ଡମ୍ପର ଧକାରେ ବାପାର ମୃତ୍ୟୁ, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

Soro, Balasore | Sep 1, 2025
ଝିଅ ଜନ୍ମଦିନରେ ଅଘଟଣ, କେକ ନେବାକୁ ସୋର ଆସୁଥିବା ବେଳେ ବାଗୁଡ଼ି ବଜାର ନିକଟରେ ଏକ ପଥର ବୋଝେଇ ଡମ୍ପର ଧକାରେ ବାପାର ମୃତ୍ୟୁ ହୋଇଯାଇଛି।ସୋର ଥାନା ଗୋପୀନାଥ ପୁର ପଞ୍ଚାୟତ ଗଡ଼ସାହି ଗ୍ରାମର ଉମାକାନ୍ତ ପାଢ଼ୀ(୩୫)ଙ୍କ ଝିଅର ଆଜି ଜନ୍ମଦିନ ଥିଲା। ପରିବାରରେ ଖୁସିର ମାହୋଲ ଚାଲିଥିବା ବେଳେ ଉମାକାନ୍ତ ଅପରାହ୍ନରେ କେକ ଆଣିବା ପାଇଁ ବାଇକ ଯୋଗେ ସୋର ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡ଼ର୍ସ ସମ୍ମୁଖରେ ପଛରୁ ଆସୁଥିବା ଓଡି ୦୧ ଡବ୍ଲୁ ୧୭୪୭ ନମ୍ବର ବିଶିଷ୍ଟ ପଥର ବୋଝେଇ ଡ଼ମ୍ଫରଟି ତାଙ୍କ ବାଇକ ପଛରୁ ଧକା ଦେଇଥିଲା।
Read More News
T & CPrivacy PolicyContact Us