This browser does not support the video element.
ଦେବଗଡ: ମୁଣ୍ଡଗୋହିରା ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିକେ ୧୪ ଯାତ୍ରୀ
Debagarh, Debagarh (Deogarh) | Aug 22, 2025
ତିଲେଇବଣି ବ୍ଲକ ଦୁଧିଆନାଳୀ ପଂଚାୟତ ମୁଣ୍ଡଗୋହିରା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହି ବସ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ବସ ଯୋଗେ ଯାତ୍ରା କରୁଥିବା ୧୪ ଜଣ ଯାତ୍ରୀ ଅଳ୍ପକେ ବର୍ତୀ ଯାଇଛନ୍ତି । ଝାରସୁଗୁଡା ରୁ ଅନୁଗୁଳ ଯାଉଥିବା ଶେଖର ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଖସି ଯାଇଥିଲା । ତେବେ ବସର ବେଗ କମ ରହିଥିବାରୁ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ବସ ଯାତ୍ରୀଙ୍କ ସମେତ ଡ୍ରାଇଭର, ହେଲପର ଏବଂ କଣ୍ଡକ୍ଟର ଅଳ୍ପକେ ବର୍ତି ଯାଇଥିଲେ ।