Download Now Banner

This browser does not support the video element.

ଚାନ୍ଦବାଲି: ପବିତ୍ର ବିଶୁବ ସଂକ୍ରାନ୍ତି ଅବସରରେ ଆରଡ଼ିରେ ବାବାଆଖଣ୍ଡଳମଣିଙ୍କ ପିଠରେ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି,ଏକମାସ ଧରି ଚାଲିବ ଶୀତଳ ଉପଚାର ନୀତି

Chandabali, Bhadrak | Apr 13, 2024
ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଶନିବାର ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ ପରେ ସମସ୍ତ ନୀତିକ୍ରାନ୍ତ ସହ ଜଳ ଲାଗି କରାଯାଉଛି l
Read More News
T & CPrivacy PolicyContact Us