This browser does not support the video element.
କବିସୂର୍ଯ୍ୟନଗର: ବେଗୁନିଆପଡା ରେ ମଞ୍ଚସ୍ଥ ପୌରାଣିକ ନାଟକକୁ ଉଦଘାଟନ କଲେ ସରପଞ୍ଚ ପ୍ରତିନିଧି
Kabisuryanagar, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମର ବାଲି ସାହିରେ ଗଣେଷ ପୂଜା ଉତ୍ସବ ଉପଲକ୍ଷେ ପବନ ତନୟ ଯୁବ ନାଟ୍ୟ ସଂସଦର ମଞ୍ଚସ୍ଥ ପୌରାଣିକ ନାଟକ ସତୀ ଲୁହରେ ଜଳୁଛି ଲଙ୍କା ଵା ମନ୍ଥରା ଭାଙ୍ଗିଲା ସୁନା ସଂସାର କୁ ଉଦଘାଟନ କଲେ ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡପାଣି ପ୍ରଧାନ । ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଏ. ନିର୍ମଳା ପାତ୍ର, ସମାଜସେବୀ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଏସ. ଛଚିନା ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଯୋଗଦେଇ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ ।