This browser does not support the video element.
କରଞ୍ଜିଆ: ଯାମୁନ୍ତି ନିକଟରେ ୧୬ ଟିକିଆ ଓ ମୁକୁନା ନିକଟରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ
Karanjia, Mayurbhanj | May 4, 2025
କରଞ୍ଜିଆ ବନଖଣ୍ଡ ଓ କେନ୍ଦୁଝର ସୀମାରେ ଉପଦ୍ରବ କରୁଥିବା ହାତୀପଲ ଆଜି ଦିବା ୧୨ ଘଟିକା ସମୟରେ ଭାଗ ଭାଗ ହୋଇ ଯାମୁନ୍ତି ନିକଟରେ ୧୬ ଟିକିଆ ଓ ମୁକୁନା ନିକଟରେ ୭ ଟିକିଆ ହାତୀପଲ ପହଞ୍ଚି ବ୍ୟାପକ ରବି ଫସଲ ନଷ୍ଟ କରିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ଖବରପାଇ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର୍ ସ୍ୱାଇଁଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି। ଅନ୍ୟପଟେ ୨୩ ଟିକିଆ ହାତୀପଲ ଭାଗ ଭାଗ ହୋଇ ଗ୍ରାମ ନିକଟବର୍ତ୍ତୀ ସ୍ଥାନମାନଙ୍କରେ ରହୁଥିବାରୁ ନିକଟବର୍ତ୍ତୀ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।