This browser does not support the video element.
ଧର୍ମଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି କଦଳୀମୁଣ୍ଡା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟଣା, ଥାନାରେ ଏତଲା
Dharamgarh, Kalahandi | Aug 23, 2025
ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଦଳିମୁଣ୍ଡା ଗାଁ ର ଦୀନେଶ ମାଝୀ। ଏ ସଂକ୍ରାନ୍ତରେ ପରିବାର ଲୋକେ ଶନିବାର ସକାଳ ୧୦ ଟା ରେ ଧର୍ମଗଡ ଥାନାରେ ଏତଲା ଦେଲା ପରେ ଧର୍ମଗଡ ଥାନା ୟୁଡି କେଶ ନମ୍ବର ୦୮/୨୫ ରେ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିଲେ।