This browser does not support the video element.
ଖୋର୍ଦ୍ଧା: ସାତଟି ବାଇକ୍ ଜବତ କଲା ଶିଳ୍ପାଞ୍ଚଳ ପୋଲିସ ଦୁଇ ବାଇକ୍ ଲୁଟେରା ଗିରଫ
Khordha, Khordha | Sep 2, 2025
ଖୋରଧା ମୁକୁନ୍ଦପ୍ରସାଦ ବାଇପାସ୍ ଠାରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଶିଳ୍ପାଞ୍ଚଳ ଥାନା ର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଓ ତାଙ୍କ ଟିମ୍ ସହ ମିଳିତ ଯାଞ୍ଚ ସମୟରେ ଦୁଇଟି ନମ୍ବର ବିହୀନ ବାଇକ ଓ ଦୁଇ ଜଣଙ୍କୁ ଅଟକ ରଖି ଗଡଖୋର୍ଦ୍ଧ। ଓ ଜେମାଦେଇ ଠାରେ ରେଡ୍ କରି ଆଉ ୫ଗୋଟି ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ଓ ମାଷ୍ଟର କି ଜବତ କରିଛି ପୋଲିସ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା କରିଛନ୍ତି କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ, ଉପସ୍ଥିତ ଥିଲେ ଖୋରଧା ଏସ ପି ବିବେକାନନ୍ଦ ଶର୍ମା ।