This browser does not support the video element.
ସତ୍ୟବାଦୀ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ବାସୁକେରା ଗ୍ରାମରେ ଭାରତ କୋ ଜାନୋ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Satyabadi, Puri | Sep 29, 2024
ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ଆଜି ଦିନ ୩ଟାରେ ବାସୁକେରା ଗ୍ରାମରେ ଭାରତ କୋ ଜାନୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାସ, ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ପରିଡା, ଆବାହକ ଅନ୍ନଦା ସୁଆର, ସଂପାଦକ ନବୀନ ଶତପଥୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।