This browser does not support the video element.
ଢେଙ୍କାନାଳ ସଦର: କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂ କନ୍ଧସାହି ବାସିନ୍ଦା #jansamasya
Dhenkanal Sadar, Dhenkanal | Sep 6, 2025
ଗ୍ରାମାଞ୍ଚଳର ଆଦିବାସୀ ବସ୍ତି ବାସିନ୍ଦା ମାନଙ୍କ ବିକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁଁ ବର୍ଷାରେ ବେହାଲ ହୋଇପଡିଛି ମାଟିରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକ। ଏହିଭଳି ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତର କରଡସିଂ କନ୍ଧସାହିରେ। ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପାଲଟିଛି । ଉକ୍ତ ରାସ୍ତାଦେଇ ୧୦୮ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ନ ଆସିବା ସମସ୍ୟା ହୋଇଛିା