Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଓଟି ରୋଡ ତେଲେଙ୍ଗାସାହି ଛକରେ ବସ ଧକ୍କାରେ ବାଇକ ଚାଳକ ମୃତ

Baleshwar M, Balasore | Aug 28, 2025
ଗଣେଶ ପୂଜା ପାଇଁ ଆଜି ବାଲେଶ୍ଵର ସହର ରାସ୍ତା ଭିଡ଼ ରହିଥିବା ବେଳେ ରାତି ୧୦ ଟା ସମୟରେ ସହରର ଓ ଟି ରୋଡ ତେଲେଙ୍ଗା ସାହି ଛକ ଠାରେ ବସ ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି।ମୃତ ବାଇକ ଚାଳକ ହେଲେ ବାଲିଆପାଳ ଥାନା କୁଦମାନସିଂ ଗ୍ରାମର ମନ୍ମଥ ସାହୁ ବୋଲି ଜଣାପଡିଛି।OD-05-G-7799 ନମ୍ବର ବିଶିଷ୍ଟ ଜୟ ମାଆ ଦୁର୍ଗା ନାମକ ବସ ବାରିପଦାରୁ କଟକ ଯାଉଥିବା ବେଳେ ଓ ଟି ରୋଡ ତେଲେଙ୍ଗା ସାହି ଛକ ଠାରେ ମନ୍ମଥ ସାହୁ ଙ୍କ ବାଇକ୍ କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ମନ୍ମଥ ଙ୍କ ମୃତ୍ୟୁ ହୋଇଥିଲା।
Read More News
T & CPrivacy PolicyContact Us