This browser does not support the video element.
ଅତାବିରା: , ବାବେବିରା ଗ୍ରାମରେ ନୁଆଁଖାଇ ଭେଟଘାଟ
Attabira, Bargarh (Baragarh) | Aug 31, 2025
ଜୟନ୍ତୀ ଯୁବକ ସଙ୍ଘ, ବାବେବିରା ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଖେଳ ଶିକ୍ଷକ ଭାବେ ପାରଦର୍ଶିତା ଲାଭ କରିଥିବା ଗାଁ ଝିଅ - ପୁଷ୍ପଲତା ନାଏକ ଙ୍କ ସ୍ମୃତି ରେ ସଙ୍ଘ ଦ୍ୱାରା ଆୟୋଜିତ କରାଯାଇଥିଲା ଧିରେ ଧିରେ ନିଶ୍ଚିହ୍ନ ହେବାର ଶେଷ ପାହାଚରେ ପହଞ୍ଚି ସାରିଥିବା ଖେଳ 'ବାଗଡି' ଓ 'କଁସାଡ଼ି' ପ୍ରତିଯୋଗିତା l ହଜି ଯାଉଥିବା କେତେ ଖେଳକୁ ଲୋକ ଲୋଚନକୁ ଆଣିବାକୁ ଏବଂ ଉତ୍ତର ପିଢ଼ି କୁ ଜଣାଇବାର ଏକ ଛୋଟିଆ ପ୍ରୟାସ ମାତ୍ର । ବାଗଡ଼ି ପ୍ରତିଯୋଗିତା ରେ ଲୋକବନ୍ଧୁ ନାଏକ ଓ କଁସାଡ଼ି ପ୍ରତିଯୋଗିତା ରେ ବିଜୟା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ l