Download Now Banner

This browser does not support the video element.

ଓରିଏଣ୍ଟ: ଏମସିଏଲ ରବିନ୍ଦ୍ର ଭବନ ପରିସରରେ ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁ ଦିବସ ସମାରୋହ ପାଳିତ, ଯୋଗଦେଲେ ରାଜସ୍ୱ ମନ୍ତ୍ରୀ

Orient, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଏମସିଏଲ ରବିନ୍ଦ୍ର ଭବନ ପରିସରରେ ପ୍ରସନ୍ନ ପଣ୍ଡା ସ୍ମୃତି ସମିତି ବ୍ରଜରାଜନଗର ଆନୁକୂଲ୍ୟରେ ଆଜି ସକାଳ ସାଢେ ଦଶଟା ସମୟରେ ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁ ଦିବସ ସମାରୋହ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ପ୍ରଥମେ ଦୀପ ପ୍ରଜ୍ଵଳନ କରିବା ସହିତ ସର୍ବପଲ୍ଲୀ ଡଃ ରାଧାକୃଷ୍ନନ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
Read More News
T & CPrivacy PolicyContact Us