This browser does not support the video element.
ମାଲକାନଗିରି: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ ରଣାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କଣ୍ଡେଲ ଗ୍ରାମବାସୀ, ଯୋଗ ଦେଲେ ବ୍ଲକ ଶିକ୍ଷାଧିକାରିଣୀ
Malkangiri, Malkangiri | Sep 9, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତ ଅନ୍ତର୍ଗତ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ରାଷ୍ଟ୍ରପତି ପୁରସ୍କାର ଗତ ୫ ତାରିଖ ଗୁରୁ ଦିବସ ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଉତ୍ତମ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିବା ପରେ ଆଜି ନିଜ ଅଞ୍ଚଳ ତଥା ନିଜ ସ୍କୁଲ ମାଟି କଣ୍ଡେଲ ଗ୍ରାମରେ ପହଂଚିଥିଲେ। ଶିକ୍ଷକଙ୍କର ଏପରି ସଫଳତା କୁ ଗ୍ରାମବାସୀ ଅତି ଆନନ୍ଦ ସହକାରେ ପାଳନ କରିଥିଲେ। ଏଥି ନିମନ୍ତେ ଶିକ୍ଷକ ଶ୍ରୀ ରଣାଙ୍କୁ ଆଜି ଦିନ ୧୨ଟା ସମୟରେ ମହେଶ୍ୱରପୁର ଛକ