This browser does not support the video element.
ବଡଚଣା: ବୈରୀ ଗ୍ରାମରୁ ଏକ ହରିଣକୁ ଉଦ୍ଧାର କଲେ ବନ କର୍ମଚାରୀ
Badachana, Jajpur | Apr 13, 2024
ଡାଳିଯୋଡ଼ା ବନାଅଞ୍ଚଳର ବୈରୀ ଗ୍ରାମରୁ ଏକ ହରିଣକୁ ଶନିବାର ଉଦ୍ଧାର କରିଛନ୍ତି ବନ କର୍ମଚାରୀ । ଘଟଣାରୁ ପ୍ରକାଶ ଯେ, ବୈରୀ ଜଙ୍ଗଲ ମଧ୍ୟରୁ ବାହାରି ଆସି ହରିଣଟି ବୈରୀ ଗ୍ରାମ ଭିତରକୁ ପଶିଯାଇଥିଲା । ଏହା ଜାଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ ହରିଣକୁ ଉଦ୍ଧାର କରାଯାଇ ବୈରୀ D.P.F. ମଧ୍ୟରେ ଛାଡ଼ି ଦେଇଥିବା ସୂଚନା ମିଳିଛି ।