This browser does not support the video element.
ଭେଡେନ: Attabira location
Sulg
ଭେଡେନ ବ୍ଲକ ଅଞ୍ଚଳରେ ମହିଳାଙ୍କ ଦସ୍ତଖତ ନେଇ ଋଣ ଠକେଇ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲଣାକଲା ଭେଡେନ ପୋଲିସ
Bheden, Bargarh (Baragarh) | Apr 2, 2024
ଭେଡେନ ବ୍ଲକ ଅଞ୍ଚଳରେ ମହିଳା ମାନଙ୍କ ଠାରୁ ଦସ୍ତଖତ ନେଇ ଋଣ ଠକେଇ ଅଭିଯୋଗରେ ବଉଦ ଜିଲ୍ଲା କଣ୍ଟାମାଲ ଥାନା ଅଧିନ ସୁରିବେନଗସ ଗ୍ରାମର ବାଲ କୁମାର ନାଗଙ୍କ ପୁତ୍ର ସୁମିତ ନାଗକୁ ଗିରଫ କରି ଆଜି ମଂଗଲବାର ଅପରାହ୍ନ ୪ଟାରେ କୋର୍ଟ ଚାଲଣା କରିଥିବା ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ବଉଦ ଜିଲ୍ଲା କଣ୍ଟାମାଲ ଥାନା ଅଧିନ ସୁରିବେନଗସ ଗ୍ରାମର ସୁମିତ ନାଗ ଭାରତ ଫାଇନାନ୍ସରେ ଏଜେଣ୍ଟ ଭାବେ କାମକରି ମହିଳାଙ୍କ ଠାରୁ ଦସ୍ତଖତ ନେଇ ଋଣ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ସୁମିତ କୁ ଗିରଫ କରିଛି।