This browser does not support the video element.
ରେଢାଖୋଲ: ହାଟପଦା ଠାରେ ରାଷ୍ଟ୍ରୀୟ ଡ୍ରଇଭର ଦିବସ ପାଳିତ
Rairakhol, Sambalpur | Sep 1, 2025
ଆଜି ହେଉଛି ସେପ୍ଟେମ୍ବର ୧ ତାରିଖ ରାଷ୍ଟ୍ରୀୟ ଡ୍ରାଇଭର ଦିବସ l ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ଓଡିଶାର ସମସ୍ତ ସ୍ଥାନରେ ଡ୍ରାଇଭର ଭାଇମାନେ ଏକାଠି ହୋଇ ହର୍ଷଉଲ୍ଲାସରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରିଥାନ୍ତି l ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ରେଢ଼ାଖୋଲ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ କରାଯାଇଛି । ଏହି ଅବସରରେ ଡ୍ରାଇଭର ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ହାଟପଦା ଠାରେ ଏକ ସଭାର ଆୟୋଜନ କରାଯାଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।