This browser does not support the video element.
କବିସୂର୍ଯ୍ୟନଗର: ବଡଆଗୁଳରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ
Kabisuryanagar, Ganjam | Sep 29, 2025
ଗତ କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଏକ ସଡ଼କ ଦୃଘଟଣାରେ ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ବଡ ଆଗୁଳ ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ବଡ ଆଗୁଳ ଗ୍ରାମର ମିଟୁ ଗୌଡ଼ । ସୋମବାର ଅପରାହ୍ନ 5 ସମୟରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମୃତକଙ୍କ ବାସ ଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଭଲ ମନ୍ଦ ପଚାରି ବୁଝିଛନ୍ତି । ଏଥିସହ ସରକାର ଙ୍କ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।