This browser does not support the video element.
ସଦର: ଜିଲ୍ଲାର ବିଭିନ୍ନ ବ୍ଲକରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ଗ୍ରାମସ୍ତରରେ ବୈଠକ ଅନୁଷ୍ଠିତ ହୋଇଥିଲା
Sadar, Kalahandi | Oct 9, 2025
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ଗ୍ରାମସ୍ତରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମବାସୀ, କମିଟି ସଦସ୍ୟା ଏବଂ ସଂଗଠନର ନେତାମାନେ ଅଂଶଗ୍ରହଣ କରି ସ୍ଥାନୀୟ ସମସ୍ୟା ଓ ସମାଧାନ ଉପାୟ ଉପରେ ବିସ୍ତୃତ ଆଲୋଚନା କଲେ । "ଆଦର୍ଶ ଗାଁ ଗଠନ" ଏବଂ “ପଡିଆ ରୁ ବଢିଆ” ଅଭିଯାନ ନେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ସଂଗଠନ ପକ୍ଷରୁ ଗ୍ରାମ ସ୍ତରରେ ଜନସହଭାଗିତା ବୃଦ୍ଧି ଓ ଗ୍ରାମ ଉନ୍ନୟନ ନିମନ୍ତେ ନିଜେ ନିଜେ ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଛି ।