This browser does not support the video element.
ବଡଚଣା: ବରୀଠେଙ୍ଗଡ ନିକଟରୁ ଗୋରୁ ବୋଝେଇ ଗାଡି ଜବତ ସହ ଜଣକୁ ଗିରଫ କଲା ବୈରୀ ପୋଲିସ
Badachana, Jajpur | Apr 7, 2024
ବଡଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ବରୀଠେଙ୍ଗଡ ଗ୍ରାମ ନିକଟରୁ ଆଜି ସକାଳୁ ଏକ ଗୋରୁ ବୋଝେଇ ଟାଟା ଏସି ଜବତ ସହ ଜଣକୁ ଗିରଫ କରିଛି ବୈରୀ ପୋଲିସ। ଏକ ଟାଟାଏସି ଗାଡିରେ ୪ଟି ଗାଈ ବୋଝାଇ କରି ଶାଳପଡା ଆଡୁ ଛତିଆକୁ ଯାଉଥିବା ବେଳେ ବରୀଠେଙ୍ଗଡ ନିକଟରେ କିଛି ଯୁବକ ଗାଡିକୁ ଅଟକାଇ ଗାଈ ପରିବହନ ପାଇଁ ଆବଶ୍ୟକ କାଗଜପତ୍ର ମାଗିଥିଲେ। କୌଣସି ବୈଧ କାଗଜପତ୍ର ନଥିବା ଜାଣି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଗାଡି ଜବତ କରିଥିଲା।