This browser does not support the video element.
ମାଲକାନଗିରି: ଏମଭି ୭୯ ସ୍ଥିତ ଜେଏମଏଫସି ମୋଟୁ ଅଦାଲତରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ, ୨୬ଟି ମାମଲାର ସମାଧାନ
Malkangiri, Malkangiri | Sep 13, 2025
ଆଜି ମାଲକାନଗିରି ଜିଲ୍ଲା ଏମଭି ୭୯ ସ୍ଥିତ ଜେଏମଏଫସି ମୋଟୁ ଅଦାଲତରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚେୟାରମ୍ୟାନ ଟିଏଲଏସ - ଜେଏମଏଫସି ମୋଟୁ ଅନୁସମ ଦାସ, ସିନିୟର ଓକିଲ ହିରୋଜ କୁମାର ପାଣିଗ୍ରାହୀ, ବିପ୍ଳବ ଦତ୍ତ, ମାନସ ହାଲଦାର ଓ ସରକାରୀ ଓକିଲ ତାପସ ନାଥଙ୍କ ସହିତ ଅନ୍ୟାନ୍ୟ ଓକିଲ ଉପସ୍ଥିତ ଥିଲେ। ଏହି ଲୋକ ଅଦାଲତରେ ମୋଟ ୨୬ଟି ମାମଲାର ଫଇସଲା କରାଯାଇଥିଲା।