This browser does not support the video element.
ମହୁଲପାଲି: ଫଟାଟାଙ୍ଗର ଗ୍ରାମରେ ଜନଜାତି ସଶକ୍ତିକରଣ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଅନୁଷ୍ଠିତ
Mahulpalli, Sambalpur | Sep 12, 2025
ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମରେ ଶୁକ୍ରବାର ଦିନ ଜନଜାତି ସଶକ୍ତିକରଣ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହି ଅବସର ରେ ଏକ ବହୁମୁଖୀ ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଫଟାଟାଙ୍ଗର ଓ ଡଙ୍ଗାଯୋର ଗ୍ରାମର ଚାଷୀ ମାନଙ୍କ ମୋଟ ଶହେ ୩୯ ଗୋଟି ଛେଳି, ଗାଈ ଓ ବଳଦ ମାନଙ୍କ ବସନ୍ତ ଟୀକା, କୁର୍ମୀ, ଚର୍ମ ଓ ଡିୱାର୍ମି ରୋଗ ପରୀକ୍ଷା କରିବା ସହ ମାଗଣାରେ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା।