This browser does not support the video element.
ଜୟପୁର: ଜୟପୁର ସହର ଲିଙ୍ଗରାଜ ନଗରରେ ଜବର ଦଖଲ ଉଛେଦ
Jeypore, Koraput | Aug 30, 2025
ଜୟପୁର ସହର ଲିଙ୍ଗରାଜ ନଗରରେ ଆଜି ଦିନ 12ଟା 30 ମିନିଟ ସମୟରେ ଜବର ଦଖଲ ଉଛେଦ କରାଯାଇଛି । ଲିଙ୍ଗରାଜ ନଗରରେ ୧୫ ସେଣ୍ଟ ସରକାରି ଜାଗା ଥିବା ବେଳେ ଆଜି ଉଛେଦ କରାଯାଇଛି । ସରକାରି ଜାଗା ଗେର ପାଚେରି ନିର୍ମାଣ ସହ ଘର ହୋଇଥିବା ବେଳେ ରଜସ୍ୱ ବିଭାଗ ଓ ପୌର ପାଳିକା ତରଫରୁ ଉଛେଦ କରାଯାଇଛି । ବାରମ୍ବାର ନୋଟିସ କରିବା ପରେ ମଧ୍ୟ ଜବର ଦଖଲ କାରି କଣ୍ଣପାତ କରି ନଥିଲେ । ସେଥି ପାଇ ଉଛେଦ କରାଯାଇ ଥିବା ବିଷୟ ଜୟପୁର ତହସିଲଦାର ସବ୍ୟସାତି ଜେନା ସୁଚନା ଦେଇଛନ୍ତି ।