This browser does not support the video element.
ଖଲ୍ଲିକୋଟ୍: ବାକୁଟଗାଁରେ ମାରପିଟ; ଦୁଇ ଯୁବକ ଆହତ, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Sep 4, 2025
ବାକୁଟଗାଁରେ ଆଜି ରାତି ପ୍ରାୟ ସାଢ଼େ ୮ ଟା ସମୟରେ କୌଣସି ଏକ କଥାକୁ ନେଇ ଦୁଇ ଯୁବକ ଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଯାହା ଫଳରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇ ଯୁବକ ଆହତ ହୋଇଥିଲେ । ତେବେ ଦୁହେଁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ବେଳେ ଖବର ପାଇ ଭେଜିପୁଟ ଫାଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ କରି ଫେରି ଥିବା ବେଳେ ଆକ୍ରମଣ ଓ ପ୍ରତି ଆକ୍ରମଣ ର କାରଣ ସ୍ପଷ୍ଟ ଜଣା ପଡିନାହିଁ ।