Download Now Banner

This browser does not support the video element.

ଖଲ୍ଲିକୋଟ୍: ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ନିକଟ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୨୦ ହଜାର ଟଙ୍କା ଜବତ ଓ ୭ ଜଣ ଥାନାରେ ଅଟକ

Khalikote, Ganjam | Aug 25, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ପ୍ରାୟ ୨୦ ହଜାର ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡ଼ି ଙ୍କୁ ଥାନାରେ ଅଟକ ରଖି ଥିବା ସୂଚନା । ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୮ ଟା ସମୟରେ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ନିକଟରେ ଜୁଆ ଖେଳ ଚାଲିଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ ।
Read More News
T & CPrivacy PolicyContact Us