This browser does not support the video element.
ବଲାଙ୍ଗୀର: ପଥର ଚେପା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ'ହରଘର ତ୍ରିରଙ୍ଗା' ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Balangir, Balangir | Aug 6, 2025
ବିଜେପି ର 'ହରଘର ତ୍ରିରଙ୍ଗା' ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ବଲାଙ୍ଗର ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗୀର ପଥର ଚେପା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ୧୦ ରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୪୦ଟି ମଣ୍ଡଳରେ 'ହରଘର ତ୍ରିରଙ୍ଗା' ଯାତ୍ରା ଓ ୧୪ ତାରିଖରେ ବିଭାଜନ ବିଭୀଷିକା ଦିବସ ଓ ସ୍ଵଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଚର୍ଚ୍ଚା କରାଯାଇଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ମହିଳା ଓ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ଅନେକ ବିଜେପି ନେତାମାନେ ଉପସ୍ଥିତ ଥିଲେ।