This browser does not support the video element.
ସୋର: ଖିରକୋଣୀ ଗ୍ରାମରେ ଫୁଲ ତୋଳୁଥିବା ବେଳେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
Soro, Balasore | Aug 27, 2025
ସୋର ପୌର ପାଳିକା ଅନ୍ତର୍ଗତ ଖିରକୋଣୀ ଗ୍ରାମରେ ପୋଖରୀ ହୁଡ଼ାରେ ଥିବା ଫୁଲ ଗଛରୁ ଫୁଲ ତୋଳୁଥିବା ବେଳେ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଏହି ଗ୍ରାମର ସୁରେନ୍ଦ୍ର ମହାଳିକ ଆଜି ସକାଳେ ଗଣେଶ ପୂଜା ପାଇଁ ଘର ନିକଟସ୍ଥ ଏକ ପୋଖରୀ ଆଡିରେ ଥିବା ଫୁଲ ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ।ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପୋଖରୀ ନିକଟରେ ତାଙ୍କ ଗାମୁଛାଦେଖିପୋଖରୀରେ ଖୋଜିଥିଲେ। ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ।