Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିସନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Dabugan, Nabarangpur | Sep 9, 2025
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନା ବିଷୟରେ ଥିବା ନିୟମାବଳୀ ବୁଝାଇ ଦିଆଯାଇଥିଲା | ପ୍ରତ୍ୟେକ ପଞ୍ଚାୟତରେ ୨୦୨୦-୨୧ ବର୍ଷରୁ ଆଜି ପର୍ଯ୍ୟନ୍ତ ଆସିଥିବା ଅନୁଦାନରୁ ଖର୍ଚ୍ଚ ନହୋଇ ରହି ଯାଇଥିବା ଅନୁଦାନ ରାଶି ବ୍ୟୟ ଉପରେ ଗ୍ରାମ ପଞ୍ଚାୟତ ୱାରି, ବର୍ଷ ୱାରି ଓ ପ୍ରକଳ୍ପ ୱାରି ବ୍ୟୟ ଉପରେ ଆଲୋଚନା କରଯାଇଥିଲା | ଯଥା ଶୀଘ୍ର ବକେୟା ଅର୍ଥ ରାଶି ଖର୍ଚ୍ଚ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା |
Read More News
T & CPrivacy PolicyContact Us