Download Now Banner

This browser does not support the video element.

ବରଗଡ: ଅମ୍ବାପାଲି ଜିରା ବ୍ରିଜରୁ ବିପୁଳ ପରିମାଣର ଚୋରା ଚାଲାଣ ଗଞ୍ଜେଇ ଜବତ କରାଯାଇଥିବା ନେଇ ଟାଉନ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 3, 2025
ବରଗଡ଼ ଅମ୍ବାପାଲି ଜିରା ବ୍ରିଜରୁ ବିପୁଳ ପରିମାଣରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ | ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା 5.30 ଘଣ୍ଟା ସମୟରେ ବରଗଡ଼ ଜିରା ବ୍ରିଜ ରାସ୍ତାରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଟାଉନ ପୋଲିସ ଚଢ଼ାଉ କରିଥିଲା | ଘଟଣା ସ୍ଥଳରୁ ତିନ ଜଣଙ୍କୁ ଗିରଫ କରିବା ସହ 20 କେଜି 200 ଗ୍ରାମ ଗଞ୍ଜେଇ ଜବତ କରିଛି ଟାଉନ ପୋଲିସ | ତେବେ ଗିରଫ ଦୁର୍ବୁତ୍ତ ମାନେ ମଧ୍ୟପ୍ରଦେଶର ହକମ ସିଂ ଲୋଧି,ଲେଖେନ୍ଦ୍ର ସିଂ,ପପୁ ସିଂ କୁ ଗିରଫ କରିଛି ପୋଲିସ | ଏନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।
Read More News
T & CPrivacy PolicyContact Us