This browser does not support the video element.
ଉମରକୋଟ: ସନ୍ତୋଷୀ ନଗର ପୂଜା କମିଟି ର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ମହା ଆଡମ୍ବର ସହିତ ଜଗତ ଜନନୀ ମା ଦୁର୍ଗା ଙ୍କୁ ମେଲାଣି ଦେଲେ
Umarkote, Nabarangpur | Oct 5, 2025
ଉମରକୋଟ ସ୍ଥିତ ସନ୍ତୋଷୀ ନଗର ଠାରେ ସନ୍ତୋଷୀ ନଗର ପୂଜା କମିଟି ର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ମହା ଆଡମ୍ବର ସହିତ ଜଗତ ଜନନୀ ମା ଦୁର୍ଗା ଙ୍କ ର ବିସର୍ଜନ ହୋଇଛି। ମହିଳା ମାନେ ହର୍ଷ ଉଲ୍ଲାସ ସହିତ ମା ଙ୍କ ସାଙ୍ଗରେ ସିନ୍ଦୁର ଖେଳି ମା ଙ୍କୁ ମେଲାଣି ଦେଇଛନ୍ତି । ମା ଙ୍କୁ ବିଦାୟ ଦେବା ବେଳେ ସମସ୍ତ ଙ୍କ ମନରେ ଗଭୀର ଦୁଃଖ ସହିତ ଆସନ୍ତା ବର୍ଷ ମାଙ୍କ ପୁନଃ ଆଗମନ ର ଉତ୍କଣ୍ଠା ଭରି ରହିଥାଏ। ବାଜା ବଜେଇ ବାଣ ଫୁଟେଇ ନାଚ ଗୀତ ସହିତ ମା ଙ୍କର ଭସାଣି ବହୁ ଧୂମଧାମ ରେ ସମାପନ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ