Download Now Banner

This browser does not support the video element.

ଗୋବିନ୍ଦପୁର: ବରିହା ଗଡପୋଷ ନିକଟ ରେଳ ଲାଇନ୍ ରୁ ଉଦ୍ଧାର ଶବ ର ପରିଚୟ ନ ମିଳିବା ରୁ ଶବ କୁ ପୋତି ଦେଲା ଜିଆରପି ପୋଲିସ

Govindpur, Sambalpur | Aug 27, 2025
ବାମରା ବ୍ଲକ ଅନ୍ତର୍ଗତ ବରିହା ଗଡପୋଷ ନିକଟ ରେଳ ଲାଇନ୍ ରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶବ ର ପରିଚୟ ନ ମିଳିବା ରୁ ଶବ କୁ ପୋତି ଦିଆଯାଇଛି। ପ୍ରାଥମିକ ତଦନ୍ତ ରୁ ବ୍ୟକ୍ତି ଜଣକ କୌଣସି ଚଳନ୍ତା ଟ୍ରେନ ରୁ ପଡ଼ି ତାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଥିଲା। ତାଙ୍କ କୌଣସି ପରିଚୟ ନ ମିଳିବାରୁ ମୃତଦେହ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ସୁରକ୍ଷିତ ରଖାଯାଇଥିଲା। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ର ପରିଚୟ ନ ମିଳିବାରୁ ବୁଧବାର ଦିନ ଶବ ବ୍ୟବଛେଦ ପରେ ବାମରା ସ୍ଥିତ ମଶାଣି ରେ ସନ୍ଧ୍ୟା ୬ ଟା ସମୟରେ ପୋତି ଦିଆ ଯାଇଛି।
Read More News
T & CPrivacy PolicyContact Us