This browser does not support the video element.
ଜଗତସିଂହପୁର: ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଶିବିର ଅଦାଲତ ଅନୁଷ୍ଠିତ
Jagatsinghapur, Jagatsinghpur | Aug 22, 2025
ଜଗତସିଂହପୁର ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ରାଜ୍ୟ ମହିଳା କମିଶନ ଶିବିର ଅଦାଲତ ଅନୁଷ୍ଠିତ । ଆଜି ଦିନ ୧୧ ଟା ସମୟରୁ ଦିନ ୨ ଟା ପର୍ଯ୍ୟନ୍ତ ସ୍ଥାନୀୟ ସଦରମହକୁମା ସଂସ୍କୃତିଭବନରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଓ ଜିଲ୍ଲା ମହିଳା ଓ ଶିଶୁକଲ୍ୟାଣ ବିଭାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ