Download Now Banner

This browser does not support the video element.

ଦେବଗଡ: ସୁରଙ୍ଗିପାଳ ଗ୍ରାମରେ ସର୍ପ ଦଂଶନରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

Debagarh, Debagarh (Deogarh) | Aug 23, 2025
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ସୁରଙ୍ଗିପାଳ ଗ୍ରାମରେ ସର୍ପ ଦଂଶନରେ ଜଣେ ମହିଳା ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ମହିଳା ସେହି ଗ୍ରାମର ନବ ମାହାରଙ୍କ ସ୍ତ୍ରୀ ଟୁଳସା ମାହାର ବୋଲି ଜଣାପଡିଛି । ଟୁଳସାଙ୍କୁ ଆଜି ପୂର୍ବାହ୍ନରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା । କିଛି ସମୟ ପରେ ସେ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ଛତାବର ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ରେ ତାଙ୍କୁ ଭର୍ତି କରାଯାଇଛି ।
Read More News
T & CPrivacy PolicyContact Us