Download Now Banner

This browser does not support the video element.

ସୁକିନ୍ଦା: ଗୋବରଘଟି ଗ୍ରାମର ଘରେ ପଶିଗଲା ବିରଳ ପ୍ରଜାତିର ରଣା ସାପ ପରିବାର ଲୋକେ ଦେଖି ଛାନିଆ

Sukinda, Jajpur | Aug 26, 2025
ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘଟି ଗ୍ରାମର ରୂପକ ନାକୟଙ୍କ ରୋଷାଇ ଘର ପରିସରରୁ ବିରଳ ପ୍ରଜାତିର 7 ଫୁଟର ରଣା ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ରୂପକଙ୍କ ଘରେ ପହଂଚି ସୁରକ୍ଷିତ ଉପାୟରେ ବିରଳ ପ୍ରଜାତିର ରଣାସାପକୁ ଉଦ୍ଧାର କରି ମଙ୍ଗଳବାର ସକାଳ 9 ଘଟିକା ସମୟରେ ସ୍ଥାନୀୟ ବରାଙ୍ଗ ଜଙ୍ଗଲ ଛାଡି ଦେଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us