This browser does not support the video element.
ଦେବଗଡ: ସଙ୍ଘାପସି ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ, ଧାନଚାଷ କ୍ଷୟକ୍ଷତି
Debagarh, Debagarh (Deogarh) | Aug 30, 2025
ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସଙ୍ଘାପସି ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ ଜାରି ରହିଛି।ଶନିବାର ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବା ନେଇ ରାତି 10 ଟାରେ ସୂଚନା ମିଳିଛି। ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଞ୍ଚଳରେ ଏକଡ ଏକଡ ଧାନ ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି। ହାତୀ ଥିବା ଅଞ୍ଚଳରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରିବା ସହିତ ହାତୀ ଘଉଡ଼ିବା ପାଇଁ ଚେଷ୍ଟା କରାଯାଉଥିବା ରିଆମାଳ ରେଞ୍ଜର ସୂଚନା ଦେଇଛନ୍ତି।