This browser does not support the video element.
ଡାବୁଗାଁ: ସୋରିଷପଦର ମଶାଣି ପଦା ନିକଟରେ ଅଜଣା ବାଇକ ଧକ୍କାରେ ମହିଳା ଗୁରୁତର
Dabugan, Nabarangpur | Sep 1, 2025
ପାପଡାହାଣ୍ଡି ରୁ କୋଷାଗୁମୁଡା ରାସ୍ତାର ସୋରିଷପଦର ମଶାଣି ନିକଟରେ ଆଜି ଏକ ଅଜଣା ବାଇକ ଧକ୍କାରେ ରମା ଭତରା ଗୁରୁତର ହୋଇଛନ୍ତି | ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ତାଙ୍କ ଗୋଡ଼ ଓ ଅଣ୍ଟାରେ ଗଭିର ଆଘାତ ଲାଗିଛି | ସୂଚନା ପ୍ରକାରେ ସୋରିଷ ପଦର ମସାଣି ନିକଟରେ ରମା ଅଟୋରୁ ଓଲ୍ହାଇ ଘରକୁ ଯିବା ସମୟରେ ଏକ ଅଜଣା ବାଇକ ଧକ୍କା ଦେଇ ଚାଲିଯାଇଥିଲା | ଏଥିରେ ସେ ଛିଟକି ପଡିଥିଲେ |