Download Now Banner

This browser does not support the video element.

ରାୟଗଡା: ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭା ଗୃହରେ ଓଡ଼ିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Rayagada, Rayagada | Mar 26, 2025
ବୁଧବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭାଗୃହରେ ଓଡ଼ିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ,ସିଡିଓ ଅକ୍ଷୟ ଖେମୁଣ୍ଡି,ପିଡି ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ବିଡିଓ ସୁଜିତ କୁମାର ମିଶ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏପ୍ରିଲ ୧ରେ ସକାଳ ୫ଟାରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ,୭ଟାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ଏବଂ ୯ ଟାରେ ବିଜୁପଟ୍ଟନାୟକ ଅଡିଟୋରିୟମରେ ସାଧାରଣସଭା ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା ।
Read More News
T & CPrivacy PolicyContact Us