This browser does not support the video element.
ସଦର: ଅମାଠ ଠାରୁ ଭବାନୀପାଟଣା ଠାରେ ବିଶାଳ ଶୋଭାଯାତ୍ରା ରେ ରାଜ୍ୟସଭାପତି ଙ୍କୁ ସମ୍ବର୍ଦ୍ଧନା
Sadar, Kalahandi | Aug 26, 2025
ବିଜେପି ଦଳର ରାଜ୍ୟ ମୁଖିଆ ଭାବେ ନେତୃତ୍ୱ ନେବା ପରେ ଆଜି ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ମନମୋହନ ସାମଲ। ଆଜି ଶ୍ରୀ ସାମଲ ସଡ଼କପଥରେ ଜିଲ୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ଅମାଠ ଛକରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ ଜଣାଇଥିଲେ। ଏହାପରେ କେସିଙ୍ଗା, ଉତ୍କେଲା, ପାଷ୍ଟିକୁଡ଼ି ଦେଇ ଭବାନୀପାଟଣାରେ ପହଞ୍ଚିବା ପରେ ବାଇପାସ ରାସ୍ତା ପାଖରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ତାଙ୍କୁ ସ୍ୱାଗତ କରାଯାଇଥିଲା।