This browser does not support the video element.
ବରଗଡ: ବ୍ରହ୍ମଚାରି ପଡ଼ାର ଗଣେଶ ପୂଜାମଣ୍ଡପରେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରହିଲେ ବରଗଡ଼ ବିଧାୟକ
Bargarh, Bargarh (Baragarh) | Sep 1, 2025
ପୁଣି ଚର୍ଚ୍ଚାରେ ବରଗଡ଼ ବିଧାୟକ | ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ବରଗଡ଼ ବିଧାୟକଙ୍କ ସଂଗୀତ ଗାଉଥିବା ଭିଡିଓ | ଗତକାଲି ରାତ୍ରି 8 ଘଣ୍ଟା ସମୟରେ ୱାର୍ଡ ନମ୍ବର 16 ବ୍ରାହ୍ମଚାରୀ ଠାରେ ଅନୁଷ୍ଠିତ ପୂଜାରେ ଯୋଗଦାନ କରିଥିଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ | ତେବେ ଏହି ପୂଜା କାର୍ଯ୍ୟକ୍ରମରେ ହାଏ କୃଷ୍ଣ ହାଏ କୃଷ୍ଣ ଭଜନ ଗାଇବା ସହ ଭକ୍ତ ମାନଙ୍କ ସହ ଝୁମିଥିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି | ପୂର୍ବରୁ ତୁରୁଙ୍ଗା କାର୍ଯ୍ୟକ୍ରମରେ ବିଧାୟକଙ୍କ ଭିଡିଓ ଭାଇରଲ ହେଇଥିବା ବେଳେ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି ବିଧାୟକ |