This browser does not support the video element.
ଜୟପୁର: ଦେଶୀ ମଦ ଚାଲାଣ ବେଳେ ଜୟନଗର ଠାରେ ଜୟପୁର ଅବକାରୀ ଥାନାର ଚଢ଼ାଉ, 2 ଗିରଫ
Jeypore, Koraput | Sep 3, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ନିଳାଗୁଡା ବଡ ଓଜେଇ ଗ୍ରାମର ବଳଦେବ ଭଇଁସା (୨୨) ଓ ଲଳିତ ଦୁଆରୁ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଜୟନଗର ଠାରେ ମଙ୍ଗଳବାର ରାତ୍ର ରେ ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରି ବାଇକ ସହ ୨୯ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି ଅପରାହ୍ନ ୪ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।