This browser does not support the video element.
ଖଲ୍ଲିକୋଟ୍: ପାଣ୍ଡିଆ ଛକ ନିକଟସ୍ଥ ଅଣ୍ଡାଆଟା କମ୍ପାନୀ ସମ୍ମୁଖ ବିଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
Khalikote, Ganjam | Aug 27, 2025
ପୁରୁଷୋତ୍ତମପୁର ଏନଏସି ପାଣ୍ଡିଆ ଛକ ନିକଟସ୍ଥ ଅଣ୍ଡାଆଟା କମ୍ପାନୀ ସମ୍ମୁଖ ଏକ ବିଲ ରୁ ଆଜି ସକାଳ ୯ ଟା ସମୟରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି ପୁରୁଷୋତ୍ତମପୁର ଥାନା ପୋଲିସ ।ତେବେ ମୃତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଦେବଦାସପୁର ର ଲୋକମାନ ସେକ ବୋଲି ଜଣା ପଡିଛି । ଲୋକମାନ ପୁରୁଷୋତ୍ତମପୁର ସ୍ଥିତ ଋଷିକୂଲ୍ୟା ନଦୀ ବ୍ରିଜକୁ ମରାମତି କାର୍ଯ୍ୟ ପାଇଁ ଶ୍ରମିକ ଭାବେ ଆସି ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି ।