Download Now Banner

This browser does not support the video element.

ସୋର: ଫଟାଅର୍ଜୁନ ଛକରୁ ପିକଅପ ସହ ବିପୁଳ ପରିମାଣର ଦେଶୀମଦ ଜବତ, ଅଭିଯୁକ୍ତ ଗିରଫ

Soro, Balasore | Aug 30, 2025
ସୋର ଅବକାରୀ ବିଭାଗ ତରଫରୁ ଫଟାଅର୍ଜୁନ ଛକରେ ଚଢ଼ାଉ କରି ପିକଅପ ସହିତ ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ ଟୀଗାଙ୍କ ନେତୃତ୍ୱରେ ଏକ ଟିମ କୌଣସି ସୁତ୍ରରୁ ଖବର ପାଇ ଫଟାଅର୍ଜୁନ ଛକ ନିକଟରେ ଚଢ଼ାଉ କରି ସୋର ଅଭିମୁଖେ ଆସୁଥିବା ଓଆର ୦୧ ଏନ ୧୯୪୩ ନମ୍ବର ବିଶିଷ୍ଟ ପିକଅପକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୨ ହଜାର ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ପିକଅପ ସହ ମଦକୁ ଜବତ କରିବା ସହିତ ଅଭିଯୁକ୍ତ ନୀଳଗିରି ଥାନା ବିଟୁସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂକୁ ଗିରଫ କରିଥିଲେ।
Read More News
T & CPrivacy PolicyContact Us