This browser does not support the video element.
ମାଲକାନଗିରି: ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲି ଗ୍ରାମ ସ୍ଥିତ ବିଦ୍ୟାଳୟ ପରିଦର୍ଶନ କଲେ ଚିତ୍ରକୋଣ୍ଡା ବିଧାୟକ
Malkangiri, Malkangiri | Sep 9, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତରେ ଯାଇଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଏହି ପରିପ୍ରେକ୍ଷୀରେ ସେ କର୍ତନପାଲି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆଜି ଦିନ ୨ଟା ସମୟରେ ପରିଦର୍ଶନ ରେ ଯାଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ବିଧାୟକଙ୍କୁ ପୁଷ୍ପ ଚନ୍ଦନ ଦେଇ ଢେମସା ନୃତ୍ୟ କରି ବିଦ୍ୟାଳୟ ପରିସରକୁ ସ୍ୱାଗତ କରିଥିଲେ। ପରେ ବିଦ୍ୟାଳୟର ସମ୍ପୂର୍ଣ ପରିବେଶ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ ବିଧାୟକ।