This browser does not support the video element.
ଗୋବିନ୍ଦପୁର: କୁଲୁଟା ଓ ଆଠଗାଁ ଠାରେ ଭାଇ ଜିଉନ୍ତିଆ ଉତ୍ସାହ ର ସହ ପାଳିତ
Govindpur, Sambalpur | Sep 29, 2025
ବାମରା ନିକଟ କୁଲୁଟା ଓ କୁଚିଣ୍ଡା ବ୍ଲକ ଆଠଗାଁ ଠାରେ ଉତ୍ସାହ ର ସହିତ ଭାଇ ଜିଉନ୍ତିଆ ପାଳିତ ହୋଇ ଯାଇଛି। ସୂଚନା ଅନୁସାରେ କୁଲୁଟା ଗ୍ରାମ ରେ ସୋମବାର ଦିନ ଭାଇ ଜିଉନ୍ତିଆ ଥିବା ବେଳେ ପରମ୍ପରାଗତ ଓଷାରେ ଭଉଣୀମାନେ ନିର୍ଜଳା ଉପବାସ ରଖି, ସାତ ପ୍ରକାର ଫୁଲ ଓ ଜୁଗାର ସହିତ ଭାଇଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ଦେବୀ ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ପରେ ରାତି ୮ ଟା ସମୟରେ ସାମୂହିକ ଭାବେ ଭାଇ ଜିଉନ୍ତିଆ ବନ୍ଧନ କରାଯାଇଥିଲା। ସେହି ଭଳି କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଆଠଗାଁ ଠାରେ ମଧ୍ୟ ଭାଇ ଜିଉନ୍ତିଆ ପାଳନ ଅବସର ରେ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ।