Download Now Banner

This browser does not support the video element.

ପାଲଲହଡା: ସିଗଡ ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ପରଲୋକ ଖବର ପାଇ ପରିବାରକୁ ଭେଟି ସମବେଦନା ଜଣାଇଲେ ସ୍ଥାନୀୟ ବିଧାୟକ

Palalahada, Angul | Nov 23, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସିଗଡ ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ପରଲୋକ ହୋଇଥିବା ଖବର ପାଇ ସ୍ଥାନୀୟ ବିଧାୟକ, ପରିବାରକୁ ଭେଟି ସମବେଦନା ଜଣାଇଥିବା ଶନିବାର ଅପରାହ୍ନ ୩ଟା ସମୟରେ ଜଣାପଡିଛି। ସିଗଡ ଗ୍ରାମର ବିଜେପି ନେତା ପ୍ରଦୀପ ପ୍ରଧାନଙ୍କ ପିତା ପର୍ଶୁରାମ ପ୍ରଧାନଙ୍କର ବିୟୋଗ ହୋଇଥିବା ଖବର ପାଇ, ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଧୟ ସିଗଡ ସ୍ଥିତ ପ୍ରଦୀପ ପ୍ରଧାନଙ୍କ ବାସଭବନକୁ ଯାଇ,ଦୁଃଖ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଥିଲେ। ପର୍ଶୁରାମ ପ୍ରଧାନଙ୍କ ପରଲୋକ ପରେ ଅଞ୍ଚଳରେ ଶୋକରଛାୟା ଖେଇଯାଇଛି।
Read More News
T & CPrivacy PolicyContact Us