This browser does not support the video element.
ଛତ୍ରପୁର: ବ୍ରହ୍ମପୁର MKCG ମେଡ଼ିକାଲ ଇଏନ୍ଟି ବିଭାଗରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଏକ ଦାନ୍ତକାଠି
Chhatrapur, Ganjam | Sep 10, 2025
୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଏକ ଦାନ୍ତକାଠି ।ବ୍ରହ୍ମପୁର MKCG ମେଡିକାଲର ENT ବିଭାଗର ସଫଳ ଅସ୍ତ୍ରୋପଚାର ପରେ ଏହି ଦାନ୍ତକାଠି ବାହାରିଛି। ଅସାବଧାନତା ଯୋଗୁଁ ବୃଦ୍ଧଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ। ପରିବାରଲୋକ ତାଙ୍କୁ MKCGରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତ କାଠିଟିକୁ ବାହାର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବୁଧବାର ପୂର୍ବାହ୍ନରେ ବିଭାଗୀୟ ପ୍ରଫେସର ସୂଚନା ଦେଇଛନ୍ତି।