This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଲଘୁଚାପ ଜନିତ ବର୍ଷା ପାଣିରେ ଉବୁଟୁବୁ ବାଲେଶ୍ଵର ସହର,ସେପଟେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଚମେଲି ହାଏ ହାଏ ଗୀତରେ ନାଚ ଭାଇରଲ
Baleshwar M, Balasore | Sep 4, 2025
ଚଳିତବର୍ଷ ବାଲେଶ୍ୱରର ମ୍ୟୁନିସିପାଲିଟି ୧୫୦ ବର୍ଷ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହା ସତ୍ତ୍ୱେ ଲଘୁଚାପଜନିତ ବର୍ଷାରେ ବାଲେଶ୍ଵର ସହର ପାଣିରେ ଉବୁଟୁବୁ ହୋଇଛି। ତଳିଆ ଅଞ୍ଚଳରେ ଲୋକେ ତିନିଦିନ ଧରି ଜଳବନ୍ଦୀରେ ଅଛନ୍ତି। ଏଭଳି ପରିସ୍ଥିତିରେ ମ୍ୟୁନିସିପାଲିଟି କର୍ତ୍ତୁପକ୍ଷଙ୍କ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜି ପୂର୍ବାହ୍ନ ୧୦ ଟାରେ ଭାଇରଲ ହେଉଛି। ଯେଉଁଥିରେ ମ୍ୟୁନିସିପାଲିଟିର କିଛି ଅଧିକରୀ କାଉନସିଲରଙ୍କ ସହ 'ଚମେଲି ହାଏ ହାଏ' ଗୀତରେ ବିବାଦୀୟ ନୃତ୍ୟ କରୁଛନ୍ତି। ଏଥିରେ ମହିଳା ଅଧିକରୀ ବି ସାମିଲ।