This browser does not support the video element.
ଖଲ୍ଲିକୋଟ୍: କଞ୍ଚଣା ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
Khalikote, Ganjam | Sep 8, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୭୧ ଟି ଅଭିଯୋଗ ଶୁଣିଛନ୍ତି ଏଡିଏମ, ବିଡ଼ିଓ ଓ ତହସିଲଦାର। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ଏଡିଏମ୍ ପ୍ରମୋଦ ପୃଷ୍ଟି, ବିଡ଼ିଓ ଦେବାଶିଷ ସାମଲ ଙ୍କ ସହିତ ତହସିଲଦାର ଡି. ମାଲେଶ୍ୱର ପାତ୍ର, ଯୋଗାଣ ନିରିକ୍ଷିକା ସୁଭସ୍ମିତା ପରିଡ଼ା, ଏବିଓ ସୁଷମା ଶବର ପ୍ରମୁଖ ଙ୍କ ସହିତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।