This browser does not support the video element.
ବାରିପଦା ମ୍ୟୁନିସିପାଲଟି: କୁଡୁମୀ ସେନା ପକ୍ଷରୁ କଳା ଦିବସ ପାଳିତ, ବାରିପଦା ସହରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ
Baripada M, Mayurbhanj | Sep 6, 2025
କୁଡୁମି ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ଦାବି କରି କୁଡୁମୀ ସେନା ପକ୍ଷରୁ ଶନିବାର ଦିନ କଳା ଦିବସ ପାଳନ କରାଯାଇଛି। କୁଡୁମୀ ସେନାର ସଭାପତି ଜୟୀମୁନି ମହାନ୍ତ ନେତୃତ୍ୱରେ ହଜାର ହଜାର କୁଡୁମୀ ଲୋକେ ଏକତ୍ରିତ ହୋଇ ସରକାର ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାରିପଦା ସ୍ଥିତ ମଧୁବନ ପଡ଼ିଆରୁ ବିରାଟ ଜନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ପ୍ରାୟ ୨.୩୦ଟାରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ପୁନଃ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।