This browser does not support the video element.
ଡାବୁଗାଁ: ଟିକା ନେବା ପରେ ଶିଶୁକନ୍ୟାର ମୃତ୍ୟୁ, ପାତ୍ରପୁଟ ଡାକ୍ତରଖାନା ସମ୍ମୁଖରେ ମୃତଦେହ ଧରି ଧାରଣା ଦେଲେ ପରିବାର ଲୋକେ
Dabugan, Nabarangpur | Jun 6, 2024
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦେଢ଼ ମାସର ଶିଶୁକନ୍ୟା ପ୍ରଥମ ଡୋଜ ଟିକା ନେବାର ୨୦ଘଣ୍ଟା ପରେ ମୃତ୍ୟବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ସମ୍ପୃକ୍ତ ପରିବାର ଶିଶୁକନ୍ୟାର ଶବକୁ ଧରି ପାତ୍ରପୁଟ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇ କ୍ଷତିପୂରଣ ଦାବି କରିଛନ୍ତି। ଟିକା ନେବା ପରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଆଜି ଶିଶୁଟି ଖିର ପାନ କରିବା ପରେ ସକାଳ ୫ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।