This browser does not support the video element.
କେନ୍ଦ୍ରାପଡା: ଗତକାଲି ବାନ୍ଧକୁଦ ଗ୍ରାମରେ ବିଳମ୍ବିତ ରାତିରେ ଛୁରା ମାଡ ଖବର ପାଇ ମାର୍ଶାଘାଇ ପୋଲିସର ତଦନ୍ତ ଜାରି।
Kendrapara, Kendrapara | Aug 22, 2025
ମାର୍ଶାଘାଇ ଥାନା ଅନ୍ତର୍ଗତ ବାନ୍ଧକୁଦ ଗ୍ରାମରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଏକ ଘନ୍ତିକା ସମୟରେ ଘଟିଛି ରୋମାଞ୍ଚକ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ନିର୍ମମ ଭାବେ ଛୁରା ମାଡ କରାଯାଇଛି। ଏହି ଘଟଣାରେ ଆହତଙ୍କ ସହ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅପରପଟେ ଘଟଣାର ମୁଖ୍ୟ ଆସାମୀ ଫେରାର ହୋଇଥିବାରୁ ଅଞ୍ଚଳରେ ତିବ୍ର ଆତଙ୍କ ସୃଷ୍ଟି ହୋଇଛି। ଆସାମୀଙ୍କୁ ଧରିବା ପାଇଁ ବିଶେଷ ତଲାଶୀ ଅଭିଯାନ ଆରମ୍ଭ କରିଛି ମାର୍ଶାଘାଇ ପୋଲିସ ।